ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲରୁ ଫେରିବା ପରେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ କରିଛନ୍ତି | ଏହାକୁ ନେଇରାଜନୈତିକ ଉଷ୍ମତା ବଢିଯାଇଛି । ଆଜି ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଆସନ୍ତାକାଲି ଭେଟିବା ପାଇଁ ସମୟ ମାଗିଛନ୍ତି। ତେଣୁ ସେ କାଲି ହିଁ ଉପ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଆପ୍ ସୂତ୍ରରେ କୁହାଯାଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆସନ୍ତାକାଲି ଅପରାହ୍ନ ୪.୩୦ରେ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଭେଟିବେ। ଏହି ସମୟରେ ସେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇବେ ଓ ଇସ୍ତଫାପତ୍ର ପ୍ରଦାନ କରିବେ। ସେହିପରି କେଜ୍ରିୱାଲ ଖୁବଶୀଘ୍ର ନିଜର ବାସଭବନ ମଧ୍ୟ ଖାଲି କରିବେ। ମୁଖ୍ୟମନ୍ତ୍ରୀ ଭାବେ ସେ ରହୁଥିବା ବାସଭବନକୁ ଖାଲି କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।






More Stories
KYC ବିନା ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !…..
ନଦୀକୁ ଖସିଲା ବସ୍,୨୩ ମୃତ…..
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..