Report Card Odisha

| Daily Odia News

ବିରୂପା ନଦୀକୁ ଡେଇଁଲେ ଛାତ୍ର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିରୂପା ନଦୀକୁ ଡେଇଁ ପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲାରେ। ନିଖୋଜ ଛାତ୍ର ହେଲେ ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ। ସେ ଯୁକ୍ତ ୩ ରେ ପଢ଼ୁଥିଲେ। ଆଜି ସକାଳେ ଛାତ୍ର ଜଣଙ୍କ ବିରୂପା ବ୍ରିଜ ଉପରେ ସାଇକେଲ ମୋବାଇଲ ବ୍ୟାଗ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକଙ୍କ ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛି। ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ତେବେ ଛାତ୍ର ଜଣଙ୍କ କେଉଁ କାରଣ ପାଇଁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। ଛାତ୍ର ଜଣଙ୍କ ଘରୁ ରାଗି କରି ଆସି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

Breaking News