ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଗତ ସପ୍ତାହରେ କେରଳର ମଲ୍ଲାପୁରମରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୩୮ ବର୍ଷ ଏବଂ ସେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରୁ ଘରକୁ ଫେରିଥିଲେ। ଏହି ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏହାକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ଭାରତରେ ଏହି ଭୂତାଣୁ ଷ୍ଟ୍ରେନର ଏହା ହେଉଛି ପ୍ରଥମ ମାମଲା। ବିଶ୍ୱବ୍ୟାପୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଗତ ମାସରେ ଦ୍ୱିତୀୟ ଥର ପାଇଁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପଡିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଭାରତରେ ଏହି ଭୂତାଣୁ ଷ୍ଟ୍ରେନର ଏହା ହେଉଛି ପ୍ରଥମ ମାମଲା। ବିଶ୍ୱବ୍ୟାପୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଗତ ମାସରେ ଦ୍ୱିତୀୟ ଥର ପାଇଁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପଡିଥିଲା । ଏହା ପୂର୍ବରୁ ହିସାରର ଜଣେ ୨୬ ବର୍ଷୀୟ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଚଳିତ ମାସ ପ୍ରାରମ୍ଭରେ ସେ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍-୨ ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଡବ୍ଲୁଏଚ୍ଓ ମାଙ୍କିପକ୍ସକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରଠାରୁ ଭାରତରେ ସମୁଦାୟ ୨୦ ଟି ମାମଲା ସାମ୍ନାକୁ ଆସିଛି । କିନ୍ତୁ ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା ଭାରତରେ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଯାଇଛି ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..