ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ନେତାମାନେ ଖୋଲାଖୋଲି ଭାବେ ମୋହନ ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ କରୁଛନ୍ତି।ଗତକାଲି ବିଜେଡି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଆଜି ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର ମଧ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ତାକତ୍ ଅଛିତ ବିଜେଡିର ଭାଡ଼ି ଖାଲି କରି ଦେଖାଅ ବୋଲି ସେ ମନମୋହନଙ୍କୁ ଆହ୍ୱାନ ଦେଇଛନ୍ତି। ୨ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଧୀରେ ଧୀରେ ବିଜେଡିର ଭାଡ଼ି ଖାଲି ହୋଇଯିବ ବୋଲି କହିଥିଲେ ମନମୋହନ। ସେହି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର କହିଛନ୍ତି, ଯଦି ତାକତ୍ ଅଛି ତ ବିଜେଡିକୁ ଖାଲି କରିକି ଦେଖାଅ? ବହୁତ ଲୋକ ଅନେକ କଥା କହିବେ। କିଏ କହିଲା ବେଳେ ଆମେ ଛିଡ଼ା ହୋଇ କ’ଣ କାହା ମୁହଁ ବନ୍ଦ କରିବୁ? ଏହି ସବୁ ନିରର୍ଥକ କଥା କହିବାର କିଛି ଅର୍ଥ ନଥାଏ ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….