Report Card Odisha

| Daily Odia News

ଆଜି ଭୋଟ ଦେଉଛି ହରିୟାଣା, ୯୦ଟି ଆସନ ପାଇଁ ଭୋଟ ଗ୍ରହ,…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ହରିୟାଣା ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଛି। ବିଧାନସଭାର ୯୦ଟି ଆସନ ପାଇଁ ମୋଟ ୧୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୧ ଜଣ ମହିଳା ଅଛନ୍ତି। ଏହି ନିର୍ବାଚନରେ ରାଜ୍ୟର ୨.୧ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ମତଦାନ ନିମନ୍ତେ ୨୦,୬୨୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଏହି ନିର୍ବାଚନରେ ବିଜେପି, କଂଗ୍ରେସ, ଆପ୍, ଆଇଏନଏଲଡି-ବିଏସ୍‌ପି, ଜେଜେପି-ଆଜାଦ ସମାଜ ପାର୍ଟି ନିଜର ପ୍ରାର୍ଥୀ ଦେଇଛନ୍ତି। ଅକ୍ଟୋବର ୮ରେ ହରିୟାଣା ସହିତ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି ହେବ।

Breaking News