ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଚ୍ ରାସ୍ତାରେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର(ଅଜିତ ପାଓ୍ୱାର ଗୋଷ୍ଠୀ) ନେତାଙ୍କୁ ହତ୍ୟା। ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନସିପି ନେତା ସଚିନ କୁର୍ମୀଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଚିନଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଛନ୍ତି। ସୂଚନା ମୁତାବକ, ଶୁକ୍ରବାର ରାତିରେ ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନ୍ସିପି ଅଜିତ ପାଓ୍ୱାର ଗୋଷ୍ଠୀର ତାଲୁକା ସଭାପତି ସଚିନ କୁର୍ମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସଚିନ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ମୁମ୍ବାଇ ପୋଲିସ ଏହି ମାମଲରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସର କହିବା ମୁତାବକ, ଏହି ଘଟଣା ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ରେ ଘଟିଥିଲା। ତେବେ ଏନ୍ସିପି ନେତା ସଚିନଙ୍କୁ କିଏ ହତ୍ୟା କରିଛି ଏବଂ କାହିଁକି ତାହା ଜଣା ପଡିନାହିଁ। ଏହି ଆକ୍ରମଣରେ ୨ରୁ ୩ ଜଣ ସମ୍ପୃକ୍ତ ଥିବା ପୁଲିସ କହିଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..