ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଘୋଷଣା ହେବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ । ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍ କନ୍ଫରେନ୍ସ ହେବ। ଏନେଇ ଇସିଆଇ ଖୋଦ୍ ଏକ ଚିଠି ଜାରି କରିଛନ୍ତି | ସୂଚନା ଅନୁସାରେ ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..