ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିବାଦକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର କାନାଡାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୀତିକ ଅଧିକାରୀଙ୍କୁ ଫେରାଇ ଆଣିଛନ୍ତି। ସେହିପରି ଭାରତରେ କାର୍ଯ୍ୟ କରୁଥିବା ୬ ଜଣ କାନାଡା କୂଟନୀତିଜ୍ଞଙ୍କ ବିରୋଧରେ ମଧ୍ୟ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତ। ସେମାନଙ୍କୁ ତତ୍କାଳ ଭାବେ ଭାରତରେ ବହିଷ୍କାର କରାଯାଇଛି। ଏହାର ଅର୍ଥ ସେମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ। ଏମାନଙ୍କ ମଧ୍ୟରେ କାନାଡାର ଅସ୍ଥାୟୀ ହାଇକମିଶନର ରହିଛନ୍ତି। ସମସ୍ତଙ୍କୁ ଚଳିତ ସପ୍ତାହ ଶେଷ ସୁଦ୍ଧା ଦେଶ ଛାଡ଼ିବାକୁ କୁହାଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନଜାରର ହତ୍ୟାକାଣ୍ଡକୁ ନେଇ ଭାରରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। କାନାଡାରେ ଏହାର ତଦନ୍ତ ଚାଲିଥିବା ବେଳେ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୀତିକ ଅଧିକାରୀମାନେ ସମ୍ଭବତଃ ହତ୍ୟାକାଣ୍ଡରେ ସାମିଲ ଥିବା କାନାଡା ପକ୍ଷରୁ ଅଭିଯୋଗ ହୋଇଥିଲା। ବାସ ଏହାକୁ ଭାରତ କଡ଼ା ବିରୋଧ କରିଛି।ଏହାପୂର୍ବରୁ ଭାରତରେ ଅବସ୍ଥାପିତ କାନାଡାର ଚାର୍ଜ ଡିଆଫାୟାର୍ସକୁ ନୂଆଦିଲ୍ଲୀ ପକ୍ଷରୁ ସମନ କରାଯାଇଥିଲା। ତାଙ୍କୁ ବୈଦେଶିକ ସଚିବ ଡାକିବା ସହ କାନାଡାରେ ଭାରତର ହାଇକମିଶନର ଓ କୂଟନୀତିକ ଅଧିକାରୀଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି। ଆମର ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ।ସେମାନେ ଆମ ଅଧିକାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ ବୋଲି କୌଣସି ଗ୍ୟାରେଣ୍ଟୀ ନାହିଁ। ତେଣୁ ଭାରତ ସରକାର କାନାଡାରେ ଥିବା ହାଇକମିଶନ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ। ଭାରତ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ନିଷ୍ପତ୍ତିର କିଛି ଘଣ୍ଟା ପରେ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛି କାନାଡା ପୋଲିସ । ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡାରେ ଆତଙ୍କ ବିସ୍ତାର କରିବା ପାଇଁ ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଥିବା ଆର୍ସିଏମ୍ପି ତଥା ରୟାଲ କନେଡିୟନ୍ ମାଉଣ୍ଟେଡ୍ ପୋଲିସ ଅଭିଯୋଗ କରିଛି | ମିଡିଆ ରିପୋର୍ଟ ଅନୁସାରେ RCMPର ଆସିଷ୍ଟାଣ୍ଟ କମିଶନର ବ୍ରିଗିଟ୍ ଗୌବିନ ଅଭିଯୋଗ କରିଛନ୍ତି, ‘ଆମେ ଦେଖିଛୁ ଯେ ସଂଗଠନ ଅପରାଧ ତତ୍ତ୍ୱର ବ୍ୟବହାର କରାଯାଉଛି ଏବଂ ଏଥିପାଇଁ ଏକ ବିଶେଷ ଗ୍ୟାଙ୍ଗ ଦାୟୀ। ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏଜେଣ୍ଟମାନଙ୍କ ସହିତ ଜଡିତ ଅଛି।’ ସେ ଆହୁରି କହିଛନ୍ତି, ଯେ, ସେପ୍ଟେମ୍ବର ୨୦୨୩ଠାରୁ ବର୍ତ୍ତମାନ ସୁଦ୍ଧା ସେ ୧୩ ଜଣ ଲୋକଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ହତ୍ୟା ମାମଲାରେ ପାଖାପାଖି ୮ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଅତି କମରେ ୨୨ ଜଣଙ୍କୁ ବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି। ଏହି ଲୋକଙ୍କ ମଧ୍ୟରୁ କେତେକଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ ରହିଛି। ଅନ୍ୟପଟେ ଆରସିଏମ୍ପି କମିଶନର ମାଇକ ଦୁହିମ କହିଛନ୍ତି ଯେ ଏହି ସପ୍ତାହରେ ଫେଡେରାଲ ପୋଲିସର ଡେପୁଟି କମିଶନର ମାର୍କ ଫ୍ଲିନି ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ। ହିଂସାବାଦୀ ଉଗ୍ରବାଦ ଉପରେ ଆଲୋଚନା କରିବା ସହ କାନାଡାରେ ଅପରାଧିକ ଗତିବିଧିରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ଥିବା ନେଇ ପ୍ରମାଣ ଉପସ୍ଥାପନ କରିବାକୁ ସେ ଚଷ୍ଟା କରିଥିଲେ। ତେବେ ତାଙ୍କର ଏହି ପ୍ରୟାସଗୁଡ଼ିକ ବୃଥା ଥିଲା। ତେଣୁ ଡେପୁଟି କମିଶନର ଫ୍ଲିନ୍ ଜାତୀୟ ସୁରକ୍ଷା ଏବଂ ଗୁପ୍ତଚର ପରାମର୍ଶଦାତା ନାଥାଲି ଡ୍ରୁଇନ୍, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡେଭିଡ୍ ମୋରିସନ୍ ଏବଂ ଭାରତ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….