ରିପୋର୍ଟ କାର୍ଡ / ମାଲକାନଗିରି
ସାବତ ମା’ କଥାରେ ପଡ଼ି ୫ବର୍ଷର ଝିଅକୁ ଛୁରୀ ଭୁସି ହତ୍ୟା କରିଛି ସଇତାନ ବାପା। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର RSC -୧୪ ଗ୍ରାମରେ। ମୃତ ଝିଅଟି ହେଲା ବ୍ଲେଶି ରାଣୀ ଭତ୍ରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ସଞ୍ଜୀବ ଭତ୍ରା ଫେରାର ହୋଇଯାଇଛି। ଆଜି ସକାଳେ ରାଣୀ ପଡ଼ୋଶୀ ଘରେ ଖେଳୁଥିଲା। ଏହି ସମୟରେ ସଞ୍ଜୀବ ଏକ ଛୁରୀ ଆଣି ନିଜ ଝିଅ ପେଟରେ ଭୁସି ଦେଇଥିଲା। କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ। ମୃତ ଝିଅର ଜେଜେ ବାପା ବିନୋଦ ଭତ୍ରା ଅଭିଯୋଗ କରଛନ୍ତି ଯେ, ମୋ ପୁଅ ତାର ଦ୍ୱିତୀୟ ସ୍ତ୍ରୀ କଥାରେ ପଡ଼ି ନିଜ ଝିଅକୁ ହତ୍ୟା କରିଛି। ହତ୍ୟାକାରୀକୁ କୋଠର ଦଣ୍ଡ ଦିଆଯାଉ। ପୋଲିସ ଘଟଣାର ତଦନ୍ତ କରିବା ସହ ସଞ୍ଜୀବଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..