ଭୁବନେଶ୍ୱର(ବିିବିଏମ୍ ଟିଭି ବ୍ୟୁରୋ): ଆସନ୍ତା କାଲି ବ୍ୟବସାୟ ସଂଘ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । କଟକ ନଗର ବ୍ୟବସାୟୀ ମହାସଂଘ ଏହି ଭାରତ ବନ୍ଦକୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି । ତା ଛଡ଼ା ଜିଏସଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ କହିଛି । କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି କଟକ ବ୍ୟବସାୟୀ ସଂଘ ।
ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । Confederation of All India Tradersର ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ଟ୍ରେଡ୍ ଆସୋସିଏସନ ସମର୍ଥନ ଘୋଷଣା କରିଛନ୍ତି । ଏହାବାଦ ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବ । ସେମାନେ ସମଗ୍ର ଦେଶରେ ଚକା ଜାମ କରିବେ । ଏହାର ଅର୍ଥ ଆସନ୍ତାକାଲି ଗାଡ଼ି ମୋଟର ମଧ୍ୟ ଚାଲିବ ନାହିଁ । ସେହିପରି ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ । ଉଭୟ ସଂଗଠନ ଇ-ୱେ ବିଲ୍କୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସ୍କୁ ହଟାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି । ଜିଏସଟିରେ ଥିବା ବିଭିନ୍ନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ଟ୍ରେଡ ୟୁନିୟନ ଆସନ୍ତାକାଲି ସମଗ୍ର ଦେଶରେ ବନ୍ଦ ପାଳନ କରିବ ବୋଲି କହିଛି ।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……