ସାରା ଭାରତ ଆଜି ବନ୍ଦ । ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ସମଗ୍ର ଦେଶରେ ବିଭିନ୍ନ ବ୍ୟବସାୟୀ, ପରିବହନକାରୀ ଓ କୃଷକ ସଙ୍ଗଠନ ଜିଏସ୍ଟି, ଇନ୍ଧନ ଦର ବୃଦ୍ଧି ଓ ଇ-ମାରିକେଟିଂ ବିରୋଧରେ ପ୍ରତିବାଦ କରି ବନ୍ଦ ପାଳନ କରାଯାଇଛି । ସମଗ୍ର ଦେଶର ପ୍ରାୟ ୪୦ ହଜାର ବାଣିଜ୍ୟ ସଂଘର ୮ କୋଟିରୁ ଅଧିକ ବ୍ୟବସାୟୀ ଭାରତ ବନ୍ଦ ପାଳନ କରୁଛନ୍ତି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ରହିଛି । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିଛି । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନକୁ ପରିବର୍ତନ କରିବା ଦାବିରେ ବନ୍ଦ ପାଳନ କରୁଛି ବ୍ୟବସାୟୀ ସଂଗଠନ । ତେବେ ଆଜିର ବନ୍ଦ ପାଳନ ସମୟରେ ଗାଡି ଚଳାଚଳ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ ।
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ: ରବର୍ଟ ଭାଡ୍ରାଙ୍କ ବିବାଦୀୟ ବୟାନ……
୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ିଲେଣି ୩ ହଜାରରୁ ଉର୍ଧ୍ବ ଲୋକ…..