ରିପୋର୍ଟ କାର୍ଡ / ଯାଜପୁର
ବରୀ ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଜଣେ ୫୮ ବର୍ଷର ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ରଖାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଗିରଫ କରିପାରି ନାହିଁ। ପୀଡ଼ିତାଙ୍କ ଦାଦାଙ୍କ ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ଘଟିଥିଲା ଏହି ଘଟଣା। ନାବାଳିକାଙ୍କ ଘରଠାରୁ ଅଭିଯୁକ୍ତଙ୍କ ଘର ପ୍ରାୟ ୫୦ ମିଟର ଦୂରତାରେ ଅବସ୍ଥିତ। ଅଭିଯୁକ୍ତ ଚାଷବାସ କରି ଚଳନ୍ତି। ତାଙ୍କୁ ପ୍ରାୟ ୫୭/୫୮ ବର୍ଷ ହେବ। ସେହିଦିନ ସେ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଝିଅଟିକୁ ଡାକି ନେଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ସହିତ ଘଟଣା ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲେ। ତେବେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଝିଅକୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରି ଦେଇଥିଲା। ଏଠାରେ ତାଙ୍କର ଚିକିତ୍ସା ଚାଲିଛି। ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖୋଜାଖୋଜି କରୁଛି। ପୋଲିସ ଅଭିଯୁକ୍ତଙ୍କ ପରିବାରର କିଛି ସଦସ୍ୟଙ୍କୁ ଉଠାଇ ନେଇଛି। ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିପାରିନି ବରୀ ଥାନା ପୋଲିସ ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..