ରିପୋର୍ଟ କାର୍ଡ / ଖଲ୍ଲିକୋଟ
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର। ଗଞ୍ଜାମ ଖଲ୍ଲିକୋଟରେ ଅଭାବନୀୟ ଘଟଣା ଘଟିଛି। କମଳାପଦର ଗାଁରେ ଗ୍ୟାସ୍ ଟାଙ୍କି ଫାଟି ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଘରର ସମସ୍ତ ଆସବାବପତ୍ର ସମେତ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଘରେ ଶୋଇଥିବାବେଳେ ଭୋର୍ ସକାଳୁ ଏଭଳି ଅଘଟଣ ଘଟିଛି। ପରିବାର ଲୋକ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ପରେ ସ୍ଥାନୀୟ ଲୋକ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..