ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ପାଳନ କରିବ ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମହାକାଶରୁ ଭାରତବାସୀଙ୍କ ପାଇଁ ପହଞ୍ଚି ଯାଇଛି ଦୀପାବଳି ଶୁଭେଚ୍ଛା ବାର୍ତ୍ତା। ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୃଥିବୀଠୁ ୨୬୦ ମାଇଲ ଅର୍ଥାତ୍ ୪୨୦ କିଲୋମିଟର ଦୂରରୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ସ୍ପେଶ୍ କୁଇନ୍ । ତାଙ୍କ ବାପା ତାଙ୍କୁ ଦୀପାବଳିର ପରମ୍ପରା , ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ଦେଇଥାନ୍ତି ବୋଲି ସୁନିତା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ସୁନିତା ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିଲେ । ସପ୍ତାହ ମଧ୍ୟରେ ପୁଣି ପୃଥିବୀ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା , ହେଲେ ବୈଷୟିକ ଅସୁବିଧା ହେତୁ ସେ ଏପର୍ଯ୍ୟନ୍ତ ଫେରିପାରିନାହାଁନ୍ତି। ଆଶା କରାଯାଉଛି ସେ ବହୁତ ଶିଘ୍ର ପୃଥିବୀ ଫେରିବେ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..