ସାରା ଭାରତ ଆଜି ବନ୍ଦ । ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ସମଗ୍ର ଦେଶରେ ବିଭିନ୍ନ ବ୍ୟବସାୟୀ, ପରିବହନକାରୀ ଓ କୃଷକ ସଙ୍ଗଠନ ଜିଏସ୍ଟି, ଇନ୍ଧନ ଦର ବୃଦ୍ଧି ଓ ଇ-ମାରିକେଟିଂ ବିରୋଧରେ ପ୍ରତିବାଦ କରି ବନ୍ଦ ପାଳନ କରାଯାଇଛି । ସମଗ୍ର ଦେଶର ପ୍ରାୟ ୪୦ ହଜାର ବାଣିଜ୍ୟ ସଂଘର ୮ କୋଟିରୁ ଅଧିକ ବ୍ୟବସାୟୀ ଭାରତ ବନ୍ଦ ପାଳନ କରୁଛନ୍ତି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ରହିଛି । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିଛି । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନକୁ ପରିବର୍ତନ କରିବା ଦାବିରେ ବନ୍ଦ ପାଳନ କରୁଛି ବ୍ୟବସାୟୀ ସଂଗଠନ । ତେବେ ଆଜିର ବନ୍ଦ ପାଳନ ସମୟରେ ଗାଡି ଚଳାଚଳ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ ।
More Stories
ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍…..
‘ବୁକ୍ ପୋଷ୍ଟ’ ସେବା ବନ୍ଦ….
ଦିଲ୍ଲୀରେ ଆପ୍ ସହ ମେଣ୍ଟ ନିଷ୍ପତ୍ତି ଭୁଲ୍ ଥିଲା…..