ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଝୁଲନ୍ତା ଅବସ୍ଥାରେ ଜେଲ୍ ୱାର୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି। ଜେଲ୍ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି। ମୃତକ ହେଲେ ବାରିମୂଳ ଜେଲ୍ ୱାର୍ଡର ବିଜୟ ପରିଡା । ଜେଲ୍ ନିକଟରେ ଥିବା ବାରାକ୍ରୁ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ଗତକାଲି ଦିନ ୧୨ଟାରେ ବିଜୟଙ୍କ ଡ୍ୟୁଟି ଶେଷ ହୋଇଥିଲା । ଡିଉଟି ସାରି ସେ ବାରାକକୁ ଫେରିଥିଲେ । ମାତ୍ର ସନ୍ଧ୍ୟାବେଳେ ନ ବାହାରିବାରୁ ତାଙ୍କ ସହକର୍ମୀମାନେ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ବିଜୟଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ତେବେ ବିଜୟଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ବିଜୟଙ୍କ ଘର କଟକ ଜିଲ୍ଲା ଆଠଗଡ଼ର ଗୁରିଡିଝାଟିଆରେ। ସେ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ଛୋଟ ଝିଅ ବି ଅଛି। ପୁଅ ମୃତ୍ୟୁର ଖବର ପାଇ ତାଙ୍କ ପରିବାର ଲୋକେ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି । ଅନ୍ୟପଟରେ ସ୍ଥାନୀୟ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ମୃତ୍ୟୁର କାରଣ ଜାଣିବାକୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।






More Stories
୧ରୁ ଭିତରକନିକା ବନ୍ଦ…..
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ…..
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……