Report Card Odisha

| Daily Odia News

ଫସି ପାରନ୍ତି କଙ୍ଗନା !

ମୁମ୍ବାଇ: ଫସି ପାରନ୍ତି କଙ୍ଗନା ରାଣୱାତ । କଙ୍ଗନାଙ୍କ ସହ ଜଡ଼ିତ ଏକ ଇ-ମେଲ ବିବାଦରେ ଅଭିନେତା ହ୍ରିତକ ରୋଶନ ଅଭିଯୋଗ କରିଥିଲେ । ଏକ ମାମଲାରେ ମୁମ୍ବାଇ କ୍ରାଇମବ୍ରାଁଚ ହ୍ରିତିକଙ୍କୁ ସମନ ପଠାଇବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି । ୨୦୧୬ରେ କଙ୍ଗନାଙ୍କ ସହ ଜଡ଼ିତ ଏକ ଇ-ମେଲ ବିବାଦରେ କ୍ରାଇମବ୍ରାଁଚ ତାଙ୍କୁ ପଚରାଉଚୁରା କରିବ । ଡିସେମ୍ବର ୨୦୨୦ରେ ହ୍ରିତିକଙ୍କ ୪ବର୍ଷର ପୂରୁଣା ଏକ କେସକୁ ମୁମ୍ବାଇ କ୍ରାଇମବ୍ରାଁଚର ଇନ୍ଟେଲିଜେନ୍ସି ୟୁନିଟକୁ ଟ୍ରାନ୍ସଫର କରାଯାଇଥିଲା । ଏହାପୂର୍ବରୁ ସାଇବର ପୁଲିସ୍ ଏହି ମାମଲାରେ ଯାଁଚ କରୁଥିଲା । ହ୍ରିତିକଙ୍କ ଓକିଲ ମୁମ୍ବାଇ ପୁଲିସକୁ କେସ୍ ଟ୍ରାନ୍ସଫର କରିବା ପାଇଁ ଅପିଲ କରିଥିଲେ ।
୨୦୧୬ରେ କଙ୍ଗନାଙ୍କ ଏକାଉନ୍ଟରୁ ୧ଶହରୁ ଅଧିକ ଫେକ୍ ଇ-ମେଲ ମିଳିଥିବା ନେଇ ଅଭିଯୋଗ କରିଥିଲେ ହ୍ରିତିକ । ଏହି ଘଟଣା ପରେ ଉଭୟ କଙ୍ଗନା ଏବଂ ହ୍ରିତିକ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ ଏବଂ ଉଭୟଙ୍କ ଉପରେ ଦୋଷ ଲଦାଲଦି ହୋଇଥିଲେ। ଏପରିକି ପରସ୍ପରକୁ ଏକାଧିକ ଲିଗାଲ ନୋଟିସ୍ ମଧ୍ୟ ପଠାଇଥିଲେ । ଏହି ମାମଲାରେ ଏବେ ହ୍ରିତିକଙ୍କୁ ପଚରାଉଚୁରା ପାଇଁ କ୍ରାଇମବ୍ରାଁଚ ସମନ ପଠାଇବ । ସେହିପରି କଙ୍ଗନାଙ୍କୁ ମଧ୍ୟ ଡକରା ହୋଇପାରେ ।

Breaking News