ମୁମ୍ବାଇ: ନିକଟରେ କପିଲ ଶର୍ମାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସେତେବେଳେ ସେ ହ୍ୱିଲ ଚେୟାରରେ ବସିଥିଲେ । କପିଲଙ୍କୁ ହ୍ୱିଲ ଚେୟାରରେ ଦେଖି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାରୁ କପିଲ ପ୍ରବଳ ରାଗିଯାଇଥିଲେ । ସେମାନଙ୍କୁ ଗାଳି କରିଥିଲେ । କପିଲ ଫଟୋ ଗ୍ରାଫରଙ୍କୁ ‘ଉଲ୍ଲୁ କେ ପଠେ’ ବୋଲି କହିଥିଲେ । କପିଲଙ୍କୁ ହ୍ୱିଲ ଚେୟାରରେ ଦେଖି ପ୍ରଥମେ ଫ୍ୟାନମାନେ ଚିନ୍ତିତ ହୋଇଥିବା ବେଳେ ଫଟୋଗ୍ରାଫରଙ୍କ ପ୍ରତି ବ୍ୟବହାର ଦେଖି ଟ୍ରୋଲ କରିଥିଲେ । ଏବେ କପିଲ ହ୍ୱିଲ ଚେୟାରରେ ବସିବାର କାରଣ ସାମ୍ନାକୁ ଆସିଛି । ସୂଚନାନୁସାରେ କପିଲଙ୍କ ପିଠିରେ ଆଘାତ ଲାଗିଛି । ତେଣୁ ସେ ହ୍ୱିଲ ଚେୟାରରେ ଯାଉଥିଲେ। ଏନେଇ କପିଲ କହିଛନ୍ତି ଜିମରେ ପଡ଼ିଯିବା କାରଣରୁ ତାଙ୍କୁ ଆଘାତ ଲାଗିଛି । କିନ୍ତୁ ଏବେ ସେ ଠିକ୍ ଅଛନ୍ତି ।





More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..