ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଣ୍ଡନ ସ୍ଥିତ ଆମେରିକାର ଦୂତାବାସ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗର୍ଭପାତ ଓ ଅନ୍ୟ ପ୍ରସଙ୍ଗରେ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ନେଇ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ଦୂତାବାସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ‘ଜଷ୍ଟ ଷ୍ଟପ୍ ଅଏଲ୍’ ସଂଗଠନର ପରିବେଶପ୍ରେମୀଙ୍କୁ ପୋଲିସ ଗିରଫ କରିଛି। ସେମାନେ କାର୍ଯ୍ୟାଳୟ ପ୍ରାଚୀରରେ ‘ନାରଙ୍ଗୀ’ ରଙ୍ଗ ଲଗାଇଥିଲେ। ଏହାପରେ ଗର୍ଭପାତକୁ ସମର୍ଥନ କରୁଥିବା ସଂଗଠନ ଓ ସମାଜକର୍ମୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଟ୍ରମ୍ପ୍ ଗର୍ଭପାତକୁ ବେଆଇନ ଘୋଷଣା କରିବା ସହ ଅନ୍ୟ କଡ଼ା ଆପ୍ରବାସନ ନୀତି କାର୍ଯ୍ୟକାରୀ କରିବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ‘ଷ୍ଟାଣ୍ଡ୍ ଅପ୍ ଟୁ ଟ୍ରମ୍ପ୍ ଆଣ୍ଡ୍ ଷ୍ଟାଣ୍ଡ୍ ଅପ୍ ଟୁ ରେସିଜମ୍’ ସଂଗଠନ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ଟ୍ରମ୍ପ୍ଙ୍କୁ ‘ଘୃଣା ପ୍ରସାରକଙ୍କ ମୁଖିଆ’ ବୋଲି କହିଥିଲେ।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..