ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୨୨ ବିଦ୍ରୋହୀ ନେତା ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧରେ ବିଦ୍ରୋହ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୨ ନେତାଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ନିଲମ୍ବିତ କରିଛି । ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ତେବେ ଏହା ପୂର୍ବରୁ ବିଦ୍ରୋହୀ ନେତାମାନେ କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଜଣାପଡିଛି। ଦଳରୁ ବହିଷ୍କୃତ ହୋଇଥିବା ୨୨ ନେତା ଆସନ୍ତା ବିଧାନସଭା ନିର୍ବାଚନରେ ମହା ବିକାଶ ଆଗାଡି (MVA) ଙ୍କ ପ୍ରାର୍ଥୀଙ୍କ ବିରୋଧରେ ହିଁ ମୈଦାନକୁ ଓହ୍ଲାଇଛନ୍ତି। କଂଗ୍ରେସରୁ ବହିସ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ଅେନକ ବଡ଼ ବଡ଼ ନେତା ସାମିଲ ଅଛନ୍ତି। ଏଥିରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ (ରାମଟେକ ନିର୍ବାଚନମଣ୍ଡଳୀ), ୟାଜ୍ଞଭଲ୍କ ଜିଚକର (କାଟୋଲ), କମଲ ବ୍ୟବହାରେ (କସବା), ମନୋଜ ସିନ୍ଦେ (କୋପ୍ରି ପାଚପଖାଣ୍ଡି) ଏବଂ ଆବା ବାଗୁଲ (ପାର୍ବତୀ) ସାମିଲ ଅଛନ୍ତି। ବିଦ୍ରୋହୀମାନଙ୍କ ଉପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ରମେଶ ଚେନ୍ନାଥାଲାଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ କହିଛି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..