ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ସିଂହଦ୍ୱାର ଦେଇ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୋଲିସ। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ଉଦ୍ଧାର ବେଳେ ମହିଳା ଜଣକ ପୋଲିସକୁ ବିରୋଧ କରୁଥିଲେ। ହେଲେ ପୋଲିସ ତାଙ୍କୁ ଜବରଦସ୍ତି ଉଦ୍ଧାର ଅସ୍ଥାୟୀ ଆଉଟ୍ ପୋଷ୍ଟକୁ ନେଇଥିଲା। ସେଠାରେ ତାଙ୍କୁ ପଚରାଉଚରା କରିଥିଲା। ତା’ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ପୂର୍ବରୁ କିଛି ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ। ଢିଲା ସୁରକ୍ଷା ଯୋଗୁ ବିଦେଶୀମାନେ ବାରମ୍ୱାର ଶ୍ରୀମନ୍ଦିର ଭିତରେ ପଶୁଥିବା ଅଭିଯୋଗ ହେଉଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..