ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ରହିଥିଲା ମା’ । ଏହାକୁ ପିଲା ମାନେ ବିରୋଧ କରି ଥିଲେ । ମା’ ନିଜ ପିଲାଙ୍କୁ ରକ୍ଷା କରି ବଦଳରେ ସେଶାସ୍ତି ଦେଇଛି | ପିଲାଙ୍କୁ ଚେଙ୍କ ଦେଇଛି ମା’ଙ୍କ ପ୍ରେମିକ । ଦିନେ କି ଦୁଇ ଦିନ ନୁହେଁ ତିନି ଦିନ କାଳ ଏପରି ଅକଥନୀୟ ନିର୍ଯାତନା ସହିବା ପରେ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୋଲିସ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ହୋଇଛି, ବାପା ଅନୁପସ୍ଥିତିରେ ମା’ ପର ପୁରୁଷ ସହ ସମ୍ପର୍କ ରଖିଥିଲେ। ଯାହାକୁ ପିଲାମାନେ ବିରୋଧ କରୁଥିଲେ । ଷଡଯନ୍ତ୍ର କରି ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ନିଜ ଦୁଇ ପିଲାଙ୍କୁ ଚେଙ୍କ ଦେବାକୁ ପଛାଇଲେ ନାହିଁ। ଏପରିକି ସେମାନଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ୩ ଦିନ ହେଲାଣି ଗରମ ଷଣ୍ଡୁଆସିରେ ଚେଙ୍କ ଦେଉଥିଲେ। ଫଳରେ ପିଲା ଦୁଇ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଯାଇଛି। ଯନ୍ତ୍ରଣା ଅସହ୍ୟ ହେବାରୁ ଏନେଇ ସେମାନେ ପାଟି ଫିଟାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଉଭୟ ପିଲାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛି। ଏଥିସହ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ମହିଳା ତଥା ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
More Stories
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..