Report Card Odisha

| Daily Odia News

ବାରଙ୍ଗରେ ନାବାଳିକାକୁ ଦୁଷ୍କର୍ମ, ଆଇସିୟୁରେ ଭର୍ତ୍ତି….

ରିପୋର୍ଟ କାର୍ଡ / କଟକ

କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି। ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ପରିବାର ଲୋକମାନେ କାମ କରି ଆସୁଥିଲେ। ସେହିଠାରେ ହିଁ ନାବାଳିକାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ପରିବାର ଲୋକ ବାରଙ୍ଗ ଥାନାରେ ଏତଲା ଦେଇଛନ୍ତି। ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଅଭିଯୁକ୍ତ ଜଣକ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Breaking News