ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ । ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିଛି | ରାଞ୍ଚିର ମୋରହାବାଦୀ ପଡ଼ିଆରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ। ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ସମାରୋହରେ ‘ଇଣ୍ଡି’ ମେଣ୍ଟର ବହୁ ବରିଷ୍ଠ ନେତା ସାମିଲ ହେବେ। ଅଦ୍ୟାବଧି ୧୦ଟି ପାର୍ଟିର ୧୮ ଜଣ ବରିଷ୍ଠ ନେତା ସମାରୋହକୁ ଆସିବାକୁ ସହମତି ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧୀ, ଏନ୍ସିପି(ଏସ୍ପି) ଅଧ୍ୟକ୍ଷ ଶରଦ ପାୱାର, ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ, ଆପ୍ ଆବାହକ ଅରବିନ୍ଦ କେଜରିୱାଲ, ଆର୍ଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ସାମିଲ ହେବା ନେଇ ସୂଚନା ମିଳିଛି।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..