ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ତଥା ଖଣି ବିଭାଗ ରାଜ୍ୟରେ ହେଉଥିବା ବେଆଇନ ଖଣି ଉତ୍ତୋଳନ ଓ ଦୁର୍ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି । ବିଶେଷକରି ରାଜ୍ୟରେ ଖଣି କ୍ଷେତ୍ରରେ ଗ୍ରେଡ ପରିଚାଳନାରେ ହେଉଥିବା ଦୁର୍ନୀତି ଏବଂ ରାଜସ୍ବ କ୍ଷତିର ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଯଦି ଏପରି ଘଟଣା ସାମ୍ନାକୁ ଆସେ, ତାହେଲେ ସରକାର ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଧାନସଭାର ପ୍ରଶ୍ନକାଳରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ବେଆଇନ ଖଣି କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆଜି ଏନେଇ ଗୃହକୁ ଆଶ୍ଵାସନା ଦେଇଛନ୍ତି ଖଣି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ବେଆଇନ ଖଣି କାରବାରକୁ ରୋକିବା ପାଇଁ ଜିଲ୍ଲାରୁ ତହସିଲ ପର୍ଯ୍ୟନ୍ତି ଟାସ୍କଫୋର୍ସ ଗଠନ କରାଯିବାର ପ୍ରସ୍ତାବ ରହିଛି । ରାଜ୍ୟରେ ମୋଟ ୩୫୫୭ଟି ଲଘୁ ଖଣିଜ ସମ୍ପଦ ଉତ୍ସ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୧୦୭ଟି ଉତ୍ସ ଖଣି ବିଭାଗ ଅଧୀନକୁ ଆସିଛି। ସମସ୍ତ ଉତ୍ସ ବିଭାଗ ଅଧୀନକୁ ଆସିବା ପରେ ଏଥିରେ ଆହୁରି ସ୍ବଚ୍ଛତା ଆସିବ ବୋଲି ମନ୍ତ୍ରୀ କହିଖିଛନ୍ତି। ବେଆଇନ ଖଣି ଉତ୍ତୋଳନକୁ ରୋକିବା ପାଇଁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ଓଆଇଏସଏଫ) ନିୟୋଜିତ କରିବାକୁ ସରକାର ବିଚାର କରୁଛନ୍ତି । ବିଜେପି ବିଧାୟକ ଉପାସନା ମହାପାତ୍ର କୋଇଲା ଏବଂ ମାଙ୍ଗାନିଜ ଖଣି ନିଲାମ ଓ ଉତ୍ତୋଳନ ବିଷୟରେ ସରକାରଙ୍କୁ ତଥ୍ୟ ମାଗିଥିଲେ। କଂଗ୍ରେସ ବିଧାୟକ ରାଜନ୍ ଏକ୍କା ଖଣିର ଗ୍ରେଡିଙ୍ଗ୍ ଜାଲିଆତି ହେଉଥିବାର ଅଭିଯୋଗ କରିଥିଲେ। କମ୍ ଦରରେ ଗ୍ରେଡିଙ୍ଗ ହୋଇ ଅଧିକ ଦାମରେ ବିକ୍ରି କରାଯାଉଥିବା ସେ ଅଭିଯୋଗ କରିଥିଲେ। ଏଥିପାଇଁ ରାଜସ୍ବ କ୍ଷତି ହେଉଥିବା କହିଥିଲେ। ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଇବିଏପ (ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ)ର ତଥ୍ୟ ସହ ମାଙ୍ଗାନିଜ ଖଣି ଉତ୍ତୋଳନରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ। ସୋଫିଆ ବିଧାନସଭାରେ ପଚାରିଥିଲେ ଯେ, ଏନେଇ କିଛି ପଦକ୍ଷେପ ନିଆଯାଇଛି କି ନାହିଁ। ଏହାପରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ପ୍ରଦାନ କରିଥିଲେ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..