ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ରାଜଧାନୀରେ ଚାଲିଛି ପୋଲିସ ମହାନିର୍ଦ୍ଦେଶକଙ୍କ ବୈଠକ ଆୟୋଜିତ ହେବ। ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ। ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ। ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟ ଉପରେ ଚାଲିବ ମାନସ ମନ୍ଥନ। ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ। ବଡ କଥା ହେଉଛି, ଏଥର ଏସବୁ ଉପରେ ଟପିକ୍ ୱାରି ପ୍ରେଜେଣ୍ଟେସନ୍ ପାଇଁ ୧୨ଟି ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..