Report Card Odisha

| Daily Odia News

ଭାରତ ପ୍ରତି ଅପମାନଜନକ ବ୍ୟବହାର: ବାଂଲାଦେଶୀ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଭାରତ ପ୍ରତି ଅପମାନଜନକ ବ୍ୟବହାର ପ୍ରଦର୍ଶନର ପ୍ରତିବାଦ କରିଛି ଏକ ଡାକ୍ତରଖାନା। କଲକାତାରେ ଥିବା ଏହି ଡାକ୍ତରଖାନା ଏଣିକି କୌଣସି ବାଂଲାଦେଶୀ ରୋଗୀଙ୍କ ଚିକିତ୍ସା କରିବ ନାହିଁ ବୋଲି ଘୋଷଣା କରିଛି। ଏହି ଡାକ୍ତରଖାନାଟି ହେଉଛି କଲକାତାର କାଣିକତାଲା ଅଞ୍ଚଳରେ ଅବସ୍ଥିତ ଜେ.ଏନ. ରାୟ ହସ୍ପିଟାଲ। ହସ୍ପିଟାଲର ଜଣେ ଅଧିକାରୀ ଶୁଭ୍ରାଂଶୁ ଭକ୍ତ କହିଛନ୍ତି, ବାଂଲାଦେଶୀ ନାଗରିକମାନେ ନିଜ ଦେଶରେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି। ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର କରୁଛନ୍ତି। ତେଣୁ ସେମାନଙ୍କୁ ଭାରତରେ ଚିକିତ୍ସା ସେବା ଯୋଗାଇବା ଅନୁଚିତ। ଏଥିଲାଗି ତାଙ୍କ ହସ୍ପିଟାଲରେ ବାଂଲାଦେଶୀମାନଙ୍କୁ ଚିକିତ୍ସା ସେବା ନ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି। କଲକାତାର ସମସ୍ତ ଡାକ୍ତରଖାନା ଏପରି କରିବା ଉଚିତ ବୋଲି ଶୁଭ୍ରାଂଶୁ କହିଛନ୍ତି। ସେ ଆହୁରି କହିଛନ୍ତି, ବାଂଲାଦେଶ ସ୍ଵାଧୀନତା ହାସଲ କରିବାରେ ଭାରତର ବଡ଼ ଅବଦାନ ରହିଛି। ଏହା ସତ୍ବେ ସେଠାକାର ଲୋକେ ଭାରତ ବିରୋଧରେ ସ୍ଵର ଉତ୍ତୋଳନ କରୁଛନ୍ତି। ଏହାର ପ୍ରତିବାଦ ସ୍ଵରୂପ ଆମେ ଏପରି ନିଷ୍ପତ୍ତି ନେଇଛୁ। ଅନ୍ୟ ଡାକ୍ତରଖାନାଗୁଡ଼ିକ ଆମକୁ ସମର୍ଥନ କରି ଏଭଳି ପଦକ୍ଷେପ ନେବା ଉଚିତ ବୋଲି ଶୁଭ୍ରାଂଶୁ କହିଛନ୍ତି।

Breaking News