ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର ବିମାନବନ୍ଦରରୁ ଆଜି ଏକ ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଛି। ବିମାନ ଉଡ଼ାଣ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁନର ଧମକ ପରେ ଏହି ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ବିମାନବନ୍ଦରରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ) ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି। ବ୍ୟାଗରେ କ’ଣ ଅଛି ତାହାର ତଦାରଖ ଚାଲିଛି। ଆଜି ବିମାନବନ୍ଦରରୁ ବିମାନ ଉଡ଼ାଣ ନ କରିବାକୁ ପନ୍ନୁନ ନାମରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଆସିବା ପରେ କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଯାଞ୍ଚ କରାଯାଉଛି। ଧମକ ମିଳିବାର କିଛି ଘଣ୍ଟା ପରେ ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ ହେବା ଏହାକୁ ଅଧିକ ରହସ୍ୟାବୃତ୍ତ କରିଛି। ସେହିପରି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..