Report Card Odisha

| Daily Odia News

ପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରର ପୁର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁନର୍ବାର ହତ୍ୟା ଧମକ ମିଳିଛି। ଧମକରେ କୁଆଯାଇଛି ଯେ, ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ପପୁ ଯାଦବଙ୍କ ଆଖପାଖରେ ବୁଲୁଛନ୍ତି। ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରାଯିବ। ସାଂସଦଙ୍କୁ ପୂର୍ବରୁ ବି ଏଭଳି ଧମକ ମିଳିଛି। ଗତ ମାସରେ ଅନୁରୂପ ଧମକ ମିଳିଥିଲା। ଏହି ଘଟଣାରେ ପୁଲିସ ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପୁର୍ଣ୍ଣିଆରୁ ଗିରଫ କରିଥିଲା। ପପୁ ଯାଦବଙ୍କୁ ପୂର୍ବଥର ଧମକ ମିଳିବା ପରେ ତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏକ ବୁଲେଟ ପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡ଼ି ଉପହାର ଦେଇଥିଲେ। ଗତ ନଭେମ୍ବର ୨୫ରେ ଉକ୍ତ ଗାଡ଼ିଟି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ପପୁ ଯାଦବ ଉପହାର ପାଇବା ପରେ କହିଥିଲେ ଯେ, ଯେଉଁ ଲ୍ୟାଣ୍ଡ କ୍ରୁଜର ତାଙ୍କୁ ଉପହାର ମିଳିଛି ତାହାକୁ ରକେଟ ଲଞ୍ଚର ବି ଉଡ଼ାଇପାରିବ ନାହିଁ |

Breaking News