ରିପୋର୍ଟ କାର୍ଡ / ବାଲେଶ୍ଵର
ଦୁର୍ଘଟଣା ପରେ ଓଭର ବ୍ରିଜ ଉପରେ ଝୁଲି ରହିଛି ଲକ୍ଷ୍ମୀ ବସ୍। ବାଲେଶ୍ୱର ଜିଲ୍ଲା ଫକୀର ମୋହନ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମୀ ବସଟି ସର୍ଭିସ ସେଣ୍ଟରରୁ ବସଷ୍ଟାଣ୍ଡ ଅଭିମୁଖେ ଯାଉଥିଲା। ଫକୀର ମୋହନ ଛକ ନିକଟରେ ଥିବା ଓଭରବ୍ରିଜରେ ବସ୍ଟି ଭାରସାମ୍ୟ ହରାଇ ପୋଲର ବାଡ଼ା ଉପରେ ଚଢ଼ି ଯାଇଥିଲା। ପରେ ବସ୍ଟି ପୋଲ ବାଡ଼ା ଉପରେ ଝୁଲି ରହିଥିଲା। ସୌଭାଗ୍ୟ ବଃଶତ ସେହି ସମୟରେ ବସ୍ରେ କେହି ନଥିଲେ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ। ଡ୍ରାଇଭରଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଲକ୍ଷ୍ମୀ ବସ୍ ମ୍ୟାନେଜର କହିଛନ୍ତି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଓଭର ବ୍ରିଜରେ ଦୀର୍ଘ ସମୟ ଧରି ଝୁଲି ରହିବା ପରେ କ୍ରେନ୍ ଯୋଗେ ବସଟିକୁ ବ୍ରିଜ୍ ଉପରକୁ ଅଣାଯାଇଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି |






More Stories
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..