ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀର ଶ୍ରୀନଗରସ୍ଥିତ ଦାଚିଗାମ ବନାଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ ଦେଉଛନ୍ତି ସୁରକ୍ଷା ବାହିନୀ। ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷା ବାହିନୀ ଦାଚିଗାମ ଜଙ୍ଗଲର ଉପର ଅଞ୍ଚଳରେ ଘେରାଉ ଏବଂ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀ ନିଜକୁ ଘେରାବନ୍ଦୀ ହୋଇଥିବା ଜାଣି ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ କଡ଼ା ଜବାବ ଦେଇଛନ୍ତି। ମିଳିଥିବା ସୂଚନା ମିଳିଥିବା ଅନୁଯାୟୀ, ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..