Report Card Odisha

| Daily Odia News

ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି….

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ସେ ରାଜ୍ୟ ଏବଂ ଦେଶର ମଙ୍ଗଳ ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି,“ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।” ରାଷ୍ଟ୍ରପତି କହିଛନ୍ତି, “ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।” ଏଥିସହ କୌଳିକ ପଣ୍ଡାଙ୍କ କହିବା ମୁତାବକ, ରାଷ୍ଟ୍ରପତି ମହାପ୍ରଭୁଙ୍କ ପାଖରେ ୧୦ରୁ ୧୫ ମିନିଟ୍ ସମୟ ଅତିବାହିତ କରିଥିଲେ । ଏହାସହ ନିଜ ହାତରେ ମଧ୍ୟ ସେ ମହାପ୍ରଭୁଙ୍କ ଆଳତି କରିଥିଲେ। ଏହାପରେ ମାଆ ଲକ୍ଷ୍ମୀଙ୍କର ମଧ୍ୟ ଦର୍ଶନ କରିଥିଲେ ମହାମହିମ। ଏହାପରେ ସେ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ । ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି। ହଜାର ହଜାର ଲୋକ ରାସ୍ତାରେ ରାଷ୍ଟ୍ରପତିଙ୍କ ଝଲକ ପାଇବାକୁ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ଗାଡ଼ିରୁ ଓହ୍ଲାଇ ଚାଲିଚାଲି ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ଲୋକଙ୍କ ସହ ମିଶିଥିଲେ। ଶ୍ରୀମନ୍ଦିରରୁ ବାହାରିବା ପରେ ରାଷ୍ଟ୍ରପତି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟକୁ ଯାଇ ସେଠାରେ କାର୍ଯ୍ୟକ୍ରମ ସାରି ପୁରୀ ରାଜଭବନକୁ ଯିବେ।

Breaking News