ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ସେମାନଙ୍କର ଗଣହତ୍ୟାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ। ୟୁନୁସଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ବୁଧବାର ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହସିନା କହିଥିଲେ, ୟୁନୁସ ବାଂଲାଦେଶରେ ନରସଂହାର କରିଚାଲିଛନ୍ତି। ସେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ହସିନା ଆହୁରି କହିଥିଲେ ଯେ, ସେ ଅଗଷ୍ଟରେ ଇସ୍ତଫା ଦେବା ପରେ ଦେଶ ଛାଡ଼ି ଚାଲିଆସିଥିଲେ। କାରଣ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ୧୯୭୫ରେ ତାଙ୍କ ବାପା ଶେଖ ମୁଜିବ-ଉର- ରହମନଙ୍କୁ ଯେପରି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ତାଙ୍କୁ ସେପରି ହତ୍ୟା କରିବାକୁ ଯୋଜନା ହୋଇଥିଲା। ୟୁନୁସ କ୍ଷମତା ପୀପାସୁ। ସେଥିଲାଗି ସେ ପୂଜାସ୍ଥଳଗୁଡ଼ିକୁ ଆକ୍ରମଣରୁ ରକ୍ଷା କରିପାରୁନାହାନ୍ତି। ଯଦି ସେ କ୍ଷମତା ଲୋଭି ହୋଇଥାଆନ୍ତେ ଏବଂ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦେଶ ଦେଇଥାଆନ୍ତେ, ତେବେ ବାଂଲାଦେଶରେ କୁଢ଼ କୁଢ଼ ମୃତଦେହ ବିଛାଇହୋଇ ପଡ଼ିଥାଆନ୍ତା ବୋଲି ହସିନା କହିଛନ୍ତି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..