Report Card Odisha

| Daily Odia News

IAS ସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ଜିଲ୍ଲାର ଶୀର୍ଷ ପଦବୀରେ ନୂତନ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅନନ୍ୟା ଦାସଙ୍କୁ ନିଯୁକ୍ତି ମିଳିଥିବାବେଳେ ମଧୁମିତା ରଥ ନୂଆପଡ଼ା ଜିଲ୍ଲାପାଳ ଦାୟିତ୍ୱ ନେଇଛନ୍ତି। ସେହିପରି ପୂର୍ବରୁ ନବରଙ୍ଗପୁର ଜିଲ୍ଲାପାଳ ଥିବା ମହେଶ୍ୱର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାପାଳ ଥିବା ମଧୁସୂଦନ ଦାଶ GA & PG ଅତିରିକ୍ତ ସଚିବ ହୋଇଛନ୍ତି। ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି ପ୍ରଦୀପ ନାୟକ। ସେହିପରି ଅଶ୍ୱିନୀ ଏ . ଏଲ୍‌ଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି ଓଡ଼ିଶା ସରକାର। କସ୍ତୁରୀ ସା’ଙ୍କୁ GA & PG ଡିପାର୍ଟମେଣ୍ଟ ଅନୁସଚିବ ଦାୟିତ୍ୱ ଦିଆଯାଇଛି।

Breaking News