ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅନ୍ଲାଇନ୍ ଗେମ୍ ଖେଳି ଜୀବନ ହାରିଛନ୍ତି ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀର ଲିଙ୍ଗରାଜ ଥାନା ଅନ୍ତର୍ଗତ ତିନିମୁଣ୍ଡିଆ ଛକ ଅଞ୍ଚଳରେ । ଋଣଭାରରେ ବୁଡି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଉଛନ୍ତି ଶଶିକାନ୍ତ ମହାପାତ୍ର (୨୨) । ଯୁବକ ଜଣକ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ନବୀନ କରିବେ ବଡ଼ ଘୋଷଣା!…..
ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ…..
ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକା…..