ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟଙ୍କା ନ ଦେବାରୁ ପୁଅବୋହୂଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲା ବାପା । ୫ଦିନ ପୂର୍ବରୁ ବୋହୂର ଜୀବନ ଯାଇଥିବାବେଳେ ଆଜି ସକାଳେ ଚାଲିଗଲା ପୁଅର ଜୀବନ। ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ଗିରଫ କରିଛି ପୋଲିସ । କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବାରସିଙ୍ଗା ଗାଁରେ ଗତ ଶନିବାର ଘଟିଥିଲା ଏହି ଜଘନ୍ୟକାଣ୍ଡ। ଗତ ଶନିବାର ଦିନ ଗୋବର୍ଦ୍ଧନ ନିଜ ପୁଅ ଦୀନବନ୍ଧୁଙ୍କୁ ଟଙ୍କା ମାଗିଥିଲେ। ହେଲେ ଦୀନବନ୍ଧୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏଥିରେ ଗୋବର୍ଦ୍ଧନ ଉତ୍କ୍ଷିପ୍ତ ହୋଇ ଘରୁ କିରୋସିନ ଆଣି ଦୀନବନ୍ଧୁଙ୍କ ଉପରେ ଢାଳି ଦେଇଥିଲେ। ପରେ ନିଆଁ ଲଗାଇ ଦେଇଥିଲେ। ଦୀନବନ୍ଧୁ ଜଳୁଥିବା ଦେଖି ତାଙ୍କ ସ୍ତ୍ରୀ ଦୌଡ଼ି ଆସିଥିଲେ। ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଜଳି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..