ରିପୋର୍ଟ କାର୍ଡ / ପୁରୀ
ପୁରୀ ଜିଲ୍ଲାରେ ପୋଲିସ ଆଇନର ଧାରା ୩୦ ଲାଗୁ କରାଯାଇଛି। ଗତ ମାସ ୨୮ ତାରିଖରୁ ଲାଗୁ କରାଯାଇଥିବା ଏହି ଧାରା ଆସନ୍ତା ୨୦୨୫ ଫେବୃଆରୀ ୨୫ ତାରିଖ ଅର୍ଥାତ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡ଼ା ବିଜ୍ଞାପିତ ଅଞ୍ଚଳରେ ଧାରା ୩୦ ଲାଗୁ କରାଯାଇଛି। ଏହି ୯୦ ଦିନ ମଧ୍ୟରେ ବିନା ଅନୁମତିରେ କୌଣସି ସଭା, ଶୋଭାଯାତ୍ରା ଓ ମାଇକ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..