ରିପୋର୍ଟ କାର୍ଡ / ଭୁବନେଶ୍ଵର
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ ଅଧିକାରୀ ଆଶିଷ ସିଂ। ବର୍ତ୍ତମାନ ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିଦ୍ଦତ ବର୍ଡର ପୋଲିସ ବା ଆଇଟିବିପିରେ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦେଶ ଯାଏଁ ସେ ଡେପୁଟେସନରେ ଯାଇଥିବା ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ ସେ ଗୃହ ବିଭାଗର ଓଏସଡି ଭାବରେ କାର୍ଯ୍ୟ କରୁଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ସେ ବିବାଦ ଘେରକୁ ଆସିଥିଲେ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ। ପରେ ତାଙ୍କୁ ଗୃହ ବିଭାଗର ଓଏଡି ଭାବରେ ନିଯୁକ୍ତି ମିଳିଥିଲା।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..