Report Card Odisha

| Daily Odia News

ଗିରଫ ହେଲେ ACF ରେବତୀ ରମଣ ଯୋଶୀ….

ରିପୋର୍ଟ କାର୍ଡ / ସମ୍ବଲପୁର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ACF ରେବତୀ ରମଣ ଯୋଶୀ ଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ବିଳମ୍ବିତ ରାତି ଯାଏ ACFଙ୍କୁ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ପଚରାଉଚରା କରାଯାଇଥିଲା। ଏଥିସହ ତାଙ୍କ ଘରୁ ମିଳିଥିବା କାଗଜପତ୍ର ଗୁଡ଼ିକ ଯାଞ୍ଚ କରାଯାଇଥିଲା। ଆଜି ଭିଜିଲାନ୍ସ ACFଙ୍କୁ ଗିରଫ କରିଛି। ଗତକାଲି ACFଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘର, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ସମ୍ବଲପୁରରେ ଥିବା ସରକାରୀ କ୍ୱାର୍ଟର୍ସରୁ ନଗଦ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ଏଥିସହ ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ ୩ଟି କୋଠା ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରରେରେ ଗୋଟିଏ,ସମ୍ବଲପୁର ଟାଉନରୁ ୩ଟି ଫ୍ଲାଟ୍‌ ମଧ୍ୟ ମିଳିଥିଲା। ACF ଘରୁ ୧୫୦ ଗ୍ରାମ୍ ସୁନା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ACF ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।

Breaking News