ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବଶୀଘ୍ର ଓଡ଼ିଶାରେ ଚାଲିବ ଦୁଇ ଥାକିଆ ବସ୍। କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ପକ୍ଷରୁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଏହି ଯୋଜନା କରାଯାଇଛି। ଏହି ଦୁଇ ଥାକିଆ ବସ୍ ଗୁଡ଼ିକ ଇଲେକ୍ଟ୍ରିକ୍ ହୋଇଥିବାରୁ ପ୍ରଦୂଷଣ ଉପରେ ମଧ୍ୟ ନିୟନ୍ତ୍ରଣ ରହିବ। ୧୦+୨ ବର୍ଷ ପାଇଁ ଗ୍ରସ କଷ୍ଟ କଣ୍ଟ୍ରାକ୍ଟ (ଜିସିସି) ମଡେଲ ଅଧୀନରେ ଡବଲ-ଡେକର ଇଲେକ୍ଟ୍ରିକ୍ ବସ୍ ଯୋଗାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ବସ୍ ଅପରେଟର ଚୟନ ପାଇଁ CRUT ଏକ ଟେଣ୍ଡର ଡକାଯାଇଛି। ଏହି ୧୦ ବର୍ଷିଆ ଚୁକ୍ତିରେ ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ। ବସ୍ ଗୁଡିକର କାର୍ଯ୍ୟଦକ୍ଷତା ଏବଂ ସ୍ଥିତିକୁ ଆଧାର କରି ଚୁକ୍ତିନାମା ଅବଧି ଅତିରିକ୍ତ ୨ ବର୍ଷ ବୃଦ୍ଧି କରିବାର ଅଧିକାର ଅଛି। ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ଉଦ୍ଦେଶ୍ୟରେ ବସ୍ ନିୟୋଜିତ କରିବାକୁ କର୍ତ୍ତୃପକ୍ଷ ଚାହୁଁଛନ୍ତି ବୋଲି ଟେଣ୍ଡର ଡକ୍ୟୁମେଣ୍ଟରେ କୁହାଯାଇଛି।





More Stories
ଆଜିଠୁ କଟକ ବାଲିଯାତ୍ରା,ଉଦ୍ଘାଟନ କରିବେ ରାଷ୍ଟ୍ରପତି…..
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..