ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦ୍ୱିତୀୟ ଭୋଗ ମଣ୍ଡପ ପରେ ମରାମତି କାମ ଆରମ୍ଭ ହେବ। ଦିନ ଗୋଟାଏରୁ ସଂଧ୍ୟା ୫ଟା ବା ୬ଟା ଯାଏଁ କାମ ଚାଲିବ। ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି। ଡିସେମ୍ବର ୩୧, ଜାନୁଆରୀ ୧ ପରି ଦିନରେ ମରାମତି ନ କରିବାକୁ କହିଛୁ।ମରାମତି ଦିନମାନଙ୍କରେ ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ। ଭିତର କାଠରୁ ଦର୍ଶନ ମନା ହେବ। ବିଶେଷ ନୀତିକାନ୍ତି ଥିଲେ ମରାମତି କାର୍ଯ୍ୟ ବନ୍ଦ ରହିବ। ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ କହିଛି ଏଏସ୍ଆଇ। ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ହେବ ମରାମତି କାମ। ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ। ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏହା ପୂର୍ବରୁ ଏଏସ୍ଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ କହିଥିଲେ ଯେ ସେମାନେ ଡିସେମ୍ବର ୧୬ ତାରିଖରୁ ରତ୍ନଭଣ୍ଡାର କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ମରାମତି ପାଇଁ ଦୈନିକ ସେମାନଙ୍କୁ ସର୍ବନିମ୍ନ ୫/୬ ଘଣ୍ଟା ଆବଶ୍ୟକ ବୋଲି ସେ କହିଥିଲେ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..