Report Card Odisha

| Daily Odia News

ପୋଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ମାଲକାନଗିରି

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅନର୍ଗତ ସମାନପଲ୍ଲୀ ଗାଁର ବିଜେପି କର୍ମୀ କୁଡ଼ିଆମ ମଣ୍ଡରାମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଗତ ରାତିରେ ନକ୍ସଲ ସମାନପଲ୍ଲୀ ଗାଁରେ ପହଞ୍ଚି କୁଡ଼ିଆମଙ୍କୁ ଖୋଜିଥିଲେ।ପରେ ତାକୁ ଘରୁ ଅପହରଣ କରି ଜଙ୍ଗଲରେ ନିର୍ଧୁମ ପିଟିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ଶବକୁ ଗାଁ ନିକଟରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ବିଜେପି ଦଳରେ ଥିବା ନେତା କର୍ମୀ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଦଳ ଛାଡ଼ିବାକୁ ଧମକ ଦିଆଯାଇଛି। ନଚେତ ସେମାନଙ୍କୁ ମଧ୍ୟ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଗତ ସପ୍ତାହ ମଧ୍ୟରେ ୫ ଜଣଙ୍କୁ ହତ୍ୟା କଲେଣି ନକ୍ସଲ।ଦୁଇ ପୂର୍ବତନ ସରପଞ୍ଚ ସମେତ ଜଣେ ଅଙ୍ଗନବାଡି କର୍ମୀ ଏବଂ ଜଣେ ମହିଳାଙ୍କୁ ଅତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

Breaking News