ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଗତ ନଭେମ୍ବର ୨୬ରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା ଓ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। କିନ୍ତୁ ଆଜି ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବର ବିଜେଡି ସରକାରରେ ପ୍ରାୟତଃ ସମସ୍ତ ଅଧିବେଶନ ସମୟ ପୂର୍ବରୁ ଶେଷ ହେଉଥିଲା। ସେତେବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଏ ନେଇ ବାରମ୍ବାର ରାଜ୍ୟପାଳଙ୍କୁ ଅଭିଯୋଗ କରିବା ସହ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ମାତ୍ର ୧୨ଦିନ ଗୃହ ଚାଲିବା ସମ୍ଭବପର ହୋଇଥିବା ବେଳେ ୧୮ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……