Report Card Odisha

| Daily Odia News

ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟନ୍‌…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୫୭ ଘଣ୍ଟାର ଯୁଦ୍ଧକାଳିନ ଅପରେସନ୍‌ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ଶିଶୁକୁ। ରାଜସ୍ଥାନ ଦୌସା ସ୍ଥିତ କାଲିଘଟ ଗାଁରେ ଘଟିଛି ଏଭଳି କିଛି ଘଟଣା। ୫ ବର୍ଷୀୟ ଆର୍ଯ୍ୟନ୍‌ ଖେଳୁ ଖେଳୁ ୧୫୦ ଫୁଟ୍‌ର ପରିତ୍ୟକ୍ତ ବୋରଓ୍ୱେଲ ଗାତରେ ଖସି ପଡିଥିଲା। ତେବେ ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍‌ ଚାଲିଥିଲା। ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ତାକୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ସମେତ ଅନ୍ୟ ରେସ୍କ୍ୟୁ ଟିମ୍‌ ଦିନ ରାତି ଏକ କରିଦେଇଥିଲେ। ଶେଷରେ ତାକୁ ବୋରଓ୍ୱେଲ ଗତ ଭିତରୁ ଉଦ୍ଧାର କରାଯାଇଥିଲା। ସେ ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆର୍ଯ୍ୟନକୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଗରମ ଏବଂ ଅସ୍ୱାସ୍ଥକର ପରିବେଶ ଯୋଗୁ ସେ ଆଖିବୁଜିଥିବା କୁହାଯାଉଛି।

Breaking News