Report Card Odisha

| Daily Odia News

ଆଜିଠୁ ସଂସଦରେ ବିତର୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ଲୋକସଭାରେ ହେବ ସ୍ଵତନ୍ତ୍ର ଡିବେଟ୍। ଆଜି ଓ ଶନିବାର ଲୋକସଭାରେ ବିଭିନ୍ନ ଦଳର ସାଂସଦ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କ ରେ ଭାଗନେଇ ନିଜର ମତ ରଖିବେ। ଏଥିପାଇଁ ବିଜେପି ଓ କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ବିପ୍ ଜାରି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଚର୍ଚ୍ଚାର ଆରମ୍ଭ କରିବା ନେଇ ସୂଚନା ମିଳିଛି। ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବିତର୍କରେ ଭାଗ ନେବେ। ଆଜି ଏବଂ ଶନିବାର ଲୋକସଭାରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି କଂଗ୍ରେସ ଏବଂ ବିଜେପି। ସେହିପରି ୧୬ ଏବଂ ୧୭ ତାରିଖରେ ରାଜ୍ୟସଭାରେ ବିତର୍କ ଅନୁଷ୍ଠିତ ହେବ । ରାଜ୍ୟସଭାରେ ବିତର୍କର ନେତୃତ୍ଵ ନେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ୧୬ ରେ ଶାହା ଏବଂ ୧୭ରେ ଏହା ଉପରେ ରାଜ୍ୟସଭାରେ ମତ ରଖିବେ ପ୍ରଧାନମନ୍ତ୍ରୀ।

Breaking News