Report Card Odisha

| Daily Odia News

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ,୬ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲାର ଥିବା ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ ହୋଯାଇଛନ୍ତି। କିଛି ଆହତ ହୋଇଥିବା ବେଳେ ୨୯ ଜଣ ରୋଗୀଙ୍କୁ ଉଦ୍ଧାର କରି ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ଗତକାଲି ରାତିରେ ଡିଣ୍ଡିଗୁଲ ଜିଳ୍ଳାର ତ୍ରିଚି ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ହଠାତ୍ ନିଆଁ ଲାଗି ଯାଇଥିଲା।ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା। ଚାହୁଁ ଚାହୁଁ ନିଆଁ ସହ ଧୂଆଁମୟ ହୋଇଥିଲା ପୂରା ହସ୍ପିଟାଲ। ନିଆଁରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ କିଛି ରୋଗୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୨୯ ରୋଗୀଙ୍କୁ ଉଦ୍ଧାର କରି ଡିଣ୍ଡିଗୁଲ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟମରେ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଜିଲ୍ଲା କଲେକ୍ଟର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

Breaking News