ରିପୋର୍ଟ କାର୍ଡ / ପୁରୀ
ନେପାଳର ଗଣ୍ଡୁକି ନଦୀରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ୨୮କେଜି ଓଜନର ଶାଳଗ୍ରାମ। ଗୁରୁବାର କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ସୁସଜ୍ଜିତ ଶାଳଗ୍ରାମକୁ ରାଜନଅର ନିକଟରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ନିଆଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପରେ ଶାଳଗ୍ରାମକୁ ଭୁବନେଶ୍ବର ଅଭିମୁଖେ ନିଆଯାଇଛି। ବୈଶ୍ୟ ସମାଜ ପକ୍ଷରୁ ଭୁବନେଶ୍ବରରେ ନିର୍ମିତ ହେଉଥିବା କୁଳ ଦେବୀ କନ୍ୟକା ପରମେଶ୍ବରୀଙ୍କ ମନ୍ଦିରରେ ଏହି ଶାଳଗ୍ରାମ ପୂଜା ପାଇବେ। ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳରେ କନ୍ୟକା ପରମେଶ୍ବରୀଙ୍କ ମନ୍ଦିର ନିର୍ମାଣ ପାଇଁ ଜଣେ ଭକ୍ତ ୧୧ ହଜାର ୧୧୧ ବର୍ଗଫୁଟ ଜମି ଦାନ କରିଛନ୍ତି। କନ୍ୟକା ପରମେଶ୍ବରୀଙ୍କ ମୂଳ ଆବିର୍ଭାବସ୍ଥଳୀ ହେଉଛି ଆନ୍ଧ୍ରପ୍ରଦେଶର ପେନୁଗୁଣ୍ଡା। ତେବେ ଭକ୍ତମାନଙ୍କ ଉଦ୍ୟମରେ ଭୁବନେଶ୍ବରରେ ବୈଶ୍ୟ ସମାଜର କୁଳଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ନେପାଳରୁ ଶାଳଗ୍ରାମଙ୍କୁ ଅଣାଯାଇଛି। ମନ୍ଦିର ନିର୍ମାଣ ପରେ ଶାଳଗ୍ରାମ ଉକ୍ତସ୍ଥାନରେ ଦେବୀଙ୍କ ସହ ପୂଜା ପାଇବେ ବୋଲି ସଂଘର ଭୁବନେଶ୍ବର ସମ୍ପାଦକ ରଞ୍ଜନ କୁମାର ପାତ୍ର କହିଛନ୍ତି।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
IAS ସ୍ତରରେ ଅଦଳବଦଳ…..