ରିପୋର୍ଟ କାର୍ଡ / କଟକ
କଟକର ପରମସଂହ କାଠଯୋଡି ନଦୀ ପଠାରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ତେବେ ମହିଳା ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସକାଳୁ କିଛି ସ୍ଥାନୀୟ ଲୋକ ନଦୀ ପଠାରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କନ୍ଦରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ଘଟଣା ସ୍ଥଳରୁ ଏକ ଚାପଲ ମିଳିଛି। ମହିଳା ଙ୍କ ହାତରେ ଓଁ ବାବା ବଳିଆ ଲେଖା ରହିଛି। ସେପଟେ ଘଟଣାକୁ ନେଇ କଟକ ଡିସିପି କହିଛନ୍ତି ଯଦି କେହି ମହିଳାଙ୍କୁ ଜାଣିଛନ୍ତି , ତେବେ ତୁରନ୍ତ ୮୨୮୦୩୩୮୩୦୩ ନମ୍ବରରେ ଫୋନ୍ କରି ପୋଲିସକୁ ସୂଚନା ଦିଅନ୍ତୁ।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..