ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ଗିରଫ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ର ସ୍କ୍ରିନିଂ ବେଳେ ଏକ ସିନେମା ହଲ୍ରେ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୋଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଥିଏଟର କର୍ତ୍ତୃପକ୍ଷ ଅଲ୍ଲୁ ଅର୍ଜୁନ ଆସୁଥିବା କଥା ଜାଣିଥିଲେ। ପୋଲିସ ଜାଣିଥା’ନ୍ତା,ତା’ହେଲେ ଅଲ୍ଲୁ ଅର୍ଜୁନ ଆସିବା ପୂର୍ବରୁ ସୁରକ୍ଷ ବ୍ୟବସ୍ଥାକୁ ଉତ୍ତମ କରିପାରିଥାନ୍ତା। ସେହିଭଳି ଦର୍ଶକଙ୍କ ପାଇଁ ପୃଥକ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରର ବ୍ୟବସ୍ଥା ନଥିଲା। ଯେହେତୁ ବହୁ ସଂଖ୍ୟାରେ ଲୋକ ଥିଏଟରରେ ପହଞ୍ଚିଥିଲେ ଓ ସେହି ତୁଳନାରେ ସୁରକ୍ଷା ବ୍ୟବସ୍ଥାହୋଇ ନଥିଲା,ତେଣୁ ଦଳା ଚକଟା ହୋଇଥିଲା। ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ସନ୍ଧ୍ୟା ଥିଏଟରରେ ଲୋକଙ୍କ ଭିଡ଼ ଜମି ଥିଲା। ପ୍ରବଳ ଭିଡ଼ ଯୋଗୁ ଦଳଚକଟାରେ ପଡ଼ି ଜଣେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇଯାଇଥିଲେ ଓ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି।






More Stories
ଜଗନ୍ନାଥ ଧାମକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ଦିଦି…..
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..