ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ହଜାର ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ। ମୁଖ୍ୟମନ୍ତ୍ରୀ ପ୍ରଥମେ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କୃଷି ମେଳା ଉଦ୍ଘାଟନ କରିବା ସହ ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା କୃଷି ଯନ୍ତ୍ରପାତି, ଯାନବାହନ ଇତ୍ୟାଦି ପରିଦର୍ଶନ କରିଥିଲେ। ପରେ ଡିଏନ୍କେ ଖେଳପଡ଼ିଆରେ ଓର୍ମାସ ତରଫରୁ ବିଭିନ୍ନ ଜିଲା ଏବଂ ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ମାଲ୍ୟବନ୍ତ ମହୋତ୍ସବର ଉଦ୍ଦେଶ୍ୟ, ଜିଲ୍ଲାର ଜନଜାତିଙ୍କ ବିଲୁପ୍ତ ହୋଇଯାଉଥିବା କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ମାଲ୍ୟବନ୍ତ ଉତ୍ସବ ଏକ ମାଧ୍ୟମ ବୋଲି କହିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାକୁ ୧ ନମ୍ବର ଜିଲ୍ଲା ଭାବେ ପରିଣତ କରିବା ଏବଂ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ। ମାଲକାନଗିରି ଜିଲ୍ଲାର ସମସ୍ତ ଅଞ୍ଚଳରେ କିପରି ଶିକ୍ଷାର ବିକାଶ ସହ ଜନଜାତିଙ୍କ ପରମ୍ପରା ବଜାୟ ରହିବ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
More Stories
କୃଷକଙ୍କ ‘ଦିଲ୍ଲୀ ଚଲୋ’ ଯାତ୍ରାକୁ ସୀମାରେ ଅଟକାଇଲା ପୋଲିସ…..
ଆଡଭାନୀ ହସ୍ପିଟାଲରେ ଭର୍ତ୍ତି ….
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ…..